ପ୍ରାଣୀ ଖାଦ୍ୟ ଅଜୋଲାର ଗୁରୁତ୍ଵ ଓ ଆବଶ୍ୟକତା

ଆଜୋଲା ଏକ ଉତ୍କୃଷ୍ଟ ସବୁଜ ଗୋଖାଦ୍ୟ ଯେଉଁଥିରେ ଶ୍ଵେତସାର ଓ ସ୍ନେହସାର କମ ଥାଏ, ପୁଷ୍ଟିସାର ଭରପୁର ଥାଏ, ଭିଟାମିନ କ ଓ ଧାତବ ଲବଣ ମଧ୍ୟ ଥାଏ । ଯେଉଁ ଚାଷୀ ମାନେ ଗୋରୁଗାଈ, ଛେଳିମେଣ୍ଢା, କୁକୁଡ଼ା ପାଳିବା ସମୟରେ ସେମାନଙ୍କୁ ଆବଶ୍ୟକ ଚୋକଡ ଦେଇ ପାରନ୍ତି ନାହିଁ ସେହି ପ୍ରାଣୀମାନଙ୍କୁ ଆଜୋଲା ଖାଇବାକୁ ଦେଲେ ସେମାନେ ହୃଷ୍ଟପୃଷ୍ଟ ହେବା ସହିତ ଭଲ କ୍ଷୀର ଓ ଅଣ୍ଡା ଦେଇଥା’ନ୍ତି । ଏହି ଆଜୋଲାରେ ୯୦-୯୨ ପ୍ରତିଶତ ଜଳୀୟ ଅଂଶ ଓ ୮-୧୦ ପ୍ରତିଶତ କଠିନାଂଶ ଥାଏ ଯେଉଁଥିରେ ପୁଷ୍ଟିସାର ୫୦-୬୦ ପ୍ରତିଶତ ଥିବାବେଳେ ୧୦-୨୦ ପ୍ରତିଶତ ଧାତବ ଲବଣ ଅନ୍ୟାନ୍ୟ ଜୈବ ପଦାର୍ଥ ୧୦-୧୫ ପ୍ରତିଶତ ଥାଏ । ଏହାକୁ କେବଳ ଥରେ ଲଗାଇ ବହୁତଦିନ ପର୍ଯ୍ୟନ୍ତ ଏଥିରୁ ଉତ୍ପାଦନ କରିହେବ, ଏହାକୁ ଯେତେ ପାଣିରୁ ଛାଣିଲେ ବି ପରଦିନ ଏହା ପୁଣି ଉତ୍ପାଦିତ ହୋଇଯାଏ । ଆଜୋଲାକୁ ସିଧାସଳଖ ବେଶୀମାତ୍ରାରେ ଖାଇବାକୁ ନଦେଇ ଏହାର ପରିମାଣ କମ ରୁ ଧୀରେ ଧୀରେ ବଢାଇଲେ ଏହାକୁ ଗାଈମାନେ ସହଜରେ ଖାଇଥା’ନ୍ତି ।  ଦିନକୁ ୨ ରୁ ୨.୫ କିଲୋଗ୍ରାମ ଅଜୋଲା ଖାଇବାକୁ ଦେବା ଦ୍ଵାରା ଗାଈ ମାନଙ୍କର କ୍ଷୀରର ପରିମାଣରେ ୧୫ ରୁ ୨୦ ପ୍ରତିଶତ ବୃଦ୍ଧି ପାଇଥାଏ  ।

Content Files
Content Comments
Likes Dislikes
Comment Author Date
Be the first to post a comment...
Content Tags