ଧାନ ଫସଲରେ ମହିଷା ରୋଗର ଲକ୍ଷଣ ଓ ନିରାକରଣ 

ମହିଷା ରୋଗ ଧାନ ଫସଲର ସମସ୍ତ ଅବସ୍ଥା ଯଥା ତଳି, ପିଲ ଓ କେଣ୍ଡା ବାହାରିବା ଅବସ୍ଥାରେ ଅଧିକ ଦେଖାଯାଇଥାଏ । ତାପମାତ୍ରାରେ ତାରତମ୍ୟ ଓ ଅଧିକ ମାତ୍ରାରେ ଯବକ୍ଷାରଯାନ ସାର ପ୍ରୟୋଗ ଦ୍ଵାରା ଏହି ରୋଗ ହୋଇଥାଏ । ଏହା ମୁଖ୍ୟତଃ ପତ୍ରରେ, ଫସଲର ଗଣ୍ଠି ଜାଗାରେ ଓ କେଣ୍ଡାର ତଳ ଅଂଶରେ ଦାଗ ଆକାରରେ ଦେଖାଯାଏ । ଏହା ଆଖି ଆକୃତିର ଦାଗ ଯାହାର ମଝି ଅଂଶ ଚଉଡା ଓ ଦୁଇ ମୁଣ୍ଡ ସରୁଆ ଏବଂ ଚାରିପାଖ ଧୂସର ହୋଇଥିବାବେଳେ ମଝି ଅଂଶ ପାଉଁସିଆ ଦେଖାଯାଏ ।
ଏହାର ନିରାକରଣ ପାଇଁ : ଏକର ପ୍ରତି ଏକର ପ୍ରତି ୪୦୦ ମିଲିଲିଟର ହେକ୍ସାକୋନାଜୋଲ ୫% ଏସ.ସି. ଫିମ୍ପିନାଶକ କିମ୍ବା ୨୦୦ ମିଲିଲିଟର ଆଜୋକ୍ସିଷ୍ଟ୍ରୋବିନ ଓ ଡିଫେନୋକୋନାଜୋଲ୍ ର ମିଳିତ ଫିମ୍ପିନାଶକ କିମ୍ବା ୮୦ ଗ୍ରାମ ଟେବୁକୋନାଜୋଲ ଓ ଟ୍ରାଇଫ୍ଲକ୍ସୀଷ୍ଟ୍ରୋବିନ ର ମିଳିତ ଫିମ୍ପିନାଶକ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

Content Files
Content Comments
Likes Dislikes
Comment Author Date
Be the first to post a comment...
Content Tags