ମାଣ୍ଡିଆରେ ପାଟଳ କାଣ୍ଡ ବିନ୍ଧା ପୋକ ବା ପିଙ୍କ ସ୍ଟେମ ବୋରର ବହୁଳ ଭାବରେ ଲାଗିଥାଏ । ଏହି କାଣ୍ଡ ବିନ୍ଧା ପୋକର ଶୁକ ଟି ପିଙ୍କ ବା ପାଟଳ ରଙ୍ଗର ହୋଇଥାଏ । ପ୍ରାପ୍ତ ବୟସ୍କ ପୋକଟି ଧୂସର ରଙ୍ଗର ହୋଇଥାଏ ଏବଂ ପତ୍ର ଆଛାଦ ପାଖରେ ଅଣ୍ଡା ଦେଇଥାଏ । ସେହି ଅଣ୍ଡାରୁ ଶୁକ ବାହାରି ଗଛର କାଣ୍ଡ ଭିତରେ ପଶିଥାଏ । ତାର ମୂଳ ମଂଜକୁ ଖାଇ ସେହି ଗଛକୁ ନଷ୍ଟ କରି ଦେଇଥାଏ । ସେହିପରି ଏହି ପୋକ ଲାଗିଥିଲେ କେଣ୍ଡା ଆସିବା ସମୟରେ କେଣ୍ଡାଟି ଧଳା ହେଇ ଶୁଖିଯାଏ ଏବଂ କେଣ୍ଡାଟି ଟାଣିଲେ ବାହାରି ଆସେ । ଏହାର ନିରାକରଣ ପାଇଁ କ୍ଲୋରାନଟ୍ରାନିପ୍ରୋଲର ସ୍ପ୍ରେକୁ ୧୫ ଲିଟର ପାଣିରେ ୫ ମିଲିଲିଟର ହିସାବରେ ମିଶାଇ ପ୍ରୟୋଗ କରନ୍ତୁ କିମ୍ବା ପ୍ରତି ଲିଟର ପାଣିରେ ୨ ମିଲିଲିଟର ଫିପ୍ରୋନିଲ ଗୋଳାଇ ବ୍ୟବହାର କରନ୍ତୁ । ନଚେତ ଫ୍ଲୁବେଣ୍ଡିଆମାଇଡ ପ୍ରତି ୧୫ ଲିଟର ପାଣିରେ ୫-୬ ମିଲିଲିଟର ମିଶାଇ ବ୍ୟବହାର କରନ୍ତୁ । ଏହି କିଆରିରେ ଟ୍ରାଇକୋକାର୍ଡ ବା ପରାଶ୍ରୟୀ କୀଟ କାର୍ଡ ମଧ୍ୟ ବ୍ୟବହାର କରିପାରିବେ । ପ୍ରତି ହେକ୍ଟରକୁ ଆମେ ୫୦,୦୦୦ ଅଣ୍ଡା ବିଶିଷ୍ଟ କାର୍ଡକୁ ଗଛର ୩୦ ଦିନ ଅବସ୍ଥାରୁ ପ୍ରତି ସପ୍ତାହ ବ୍ୟବଧାନରେ ୩ ରୁ ୪ ଥର ଏହି କାର୍ଡ ଲଗାଇବା ଦ୍ୱାରା ପୋକଟି ନିୟନ୍ତ୍ରିତ ହୋଇଥାଏ ।
| Comment | Author | Date |
|---|---|---|
| Be the first to post a comment... | ||