ଗୋରୁଗାଈ ମାନଙ୍କର ଫାଟୁଆ ରୋଗର ଲକ୍ଷଣ ଓ ନିରାକରଣ

ଫାଟୁଆ ରୋଗ ଏକ ଭୂତାଣୁ ଜନିତ ରୋଗ । ସମସ୍ତ ଖୁରାଯୁକ୍ତ ପ୍ରାଣୀଙ୍କ ଠାରେ ଏହି ରୋଗ ଦେଖାଯାଇଥାଏ । ଆପଥ ଭାଇରସ୍ ଏହି ରୋଗର ବାହକ ଅଟେ । ଏହା ଦ୍ଵାରା ପଶୁମାନଙ୍କର ପାଟି ଏବଂ ଗୋଡ ଖୁରାରେ ଫୋଟକା ସୃଷ୍ଟି ହୋଇ ପରେ ଘା’ ରେ ପରିଣତ ହୋଇଥାଏ । ଗୋରୁ ଛୋଟାଏ ଓ ପାଟିରୁ ଲାଳ ବାହାରକରିଥାଏ । ଦୁଧିଆଳୀ ଗାଈମାନଙ୍କର କ୍ଷୀର ଦେବା କମିଯାଏ । ଗର୍ଭଧାରଣ କରିବାର କ୍ଷମତା ମଧ୍ୟ କମିଯାଏ । ଶରୀରରେ ତାପମାତ୍ରା ବଢ଼ିଯାଏ ଏବଂ ଖାଦ୍ୟ ଖାଇବା କମେଇ ଦେଇଥାଏ ।
ରୋଗ ନିୟନ୍ତ୍ରଣ ପାଇଁ ସମସ୍ତ ଗୋମହିଷାଦି ସୁସ୍ଥ ପଶୁ ମାନଙ୍କୁ ନିୟମିତ ଭାବେ ଶୀତଦିନ ପୂର୍ବରୁ ବର୍ଷକୁ ଥରେ ଏମ.ଏଫ.ଡି. ଟିକା ଦେବାର ବ୍ୟବସ୍ଥା କରନ୍ତୁ । ଆକ୍ରାନ୍ତ ରୋଗୁଙ୍କୁ ଗୋଠରେ ଚରିବାକୁ ଛାଡନ୍ତୁ ନାହିଁ । ସଂକ୍ରମିତ ଗୋରୁଙ୍କୁ ଡାକ୍ତରଖାନା ନ ଆଣି ଘରେ ରଖି ଚିକିତ୍ସା କରାନ୍ତୁ । ଗୁହାଳ, ଖାଦ୍ୟ ଓ ପାଣି ପାତ୍ରକୁ ନିୟମିତ ଭାବେ ବିଶୋଧନ କରନ୍ତୁ ଓ ଗୁହାଳ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ।

Content Files
Content Comments
Likes Dislikes
Comment Author Date
Be the first to post a comment...
Content Tags