ଗାଈଗୋରୁ ମାନଙ୍କର ‘’ଚର୍ମ ବିଣ୍ଡି ବସନ୍ତ ରୋଗ’’ ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ ମଶା, ମାଛି, ଡାଆଁଶ ଓ ଟିଙ୍କ ମାନଙ୍କ ଦ୍ଵାରା ବ୍ୟାପିଥାଏ । ଏହି ରୋଗ ହେଲେ ଗୋରୁଗାଈଙ୍କର ମୁଣ୍ଡ, ବେକ, ଗୋଡ ଓ ପହ୍ନା ଆଦିରେ ଆବୁ ବାହାରିଲା ପରି ଫୁଲା ଦେଖାଯାଏ । । ଏହା ସମସ୍ତ ବୟସର ଗାଈଗୋରୁ ମାନଙ୍କୁ ଆକ୍ରାନ୍ତ କରିଥାଏ । ଘା, ରକ୍ତ, ଲାଳ, ଶିଙ୍ଘାଣି ଓ ଶୁକ୍ର ଦ୍ୱାରା ଏହି ରୋଗ ଗୋଟିଏ ପଶୁର ଶରୀର ରୁ ଅନ୍ୟ ପଶୁର ଶରୀରକୁ ସଂକ୍ରମିତ ହୋଇଥାଏ । ଆକ୍ରାନ୍ତ ଗାଈ ଗୋରୁଙ୍କର ଶରୀରର ତାପମାତ୍ରା ବୃଦ୍ଧି ଘଟି ସେମାନେ ଜ୍ଵରରେ ପଡନ୍ତି, ଓ ଚାଲିବା ଓ ଶୋଇବାରେ କଷ୍ଟ ଅନୁଭବ କରନ୍ତି । ଏଥି ସହିତ ଗାଈ ମାନଙ୍କର ପାଦ ଫୁଲିଯିବା, ଦୁଗ୍ଧ ଉତ୍ପାଦନ ହ୍ରାସ ମଧ୍ୟ ହୋଇଥାଏ ।
ଏହି ରୋଗର ସେହିପରି କୌଣସି ଚିକିତ୍ସା ଉପଲବ୍ଧ ନାହିଁ । ତେଣୁ, ପ୍ରତିକାର ହିଁ ଏକମାତ୍ର ନିରାକରଣ । (ଗୋଟ ପକ୍ସ ଭାକସିନ୍) ବା ଟୀକାକରଣ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ । ଏହି ଟୀକା ୧ ମିଲିଲିଟର ଚମଡା ତଳେ ସମସ୍ତ ପଶୁ ମାନଙ୍କୁ ବର୍ଷକୁ ଥରେ ଦିଆଯାଇଥାଏ । ଏହି ଟିକା ଗର୍ଭବତୀ ଗାଈମାନଙ୍କୁ ମଧ୍ୟ ଦିଆଯାଇପାରିବ । ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥାଏ ।
| Comment | Author | Date |
|---|---|---|
| Be the first to post a comment... | ||