ଆଜୋଲା ଚାଷ ପାଇଁ ଛାଇ ସ୍ଥାନ ହେବା ସହ ସେହି ସ୍ଥାନର ତାପମାତ୍ରା ୨୦ ରୁ ୩୦ ସେଣ୍ଟିଗ୍ରେଡ ମଧ୍ୟରେ ରହିବା ଆବଶ୍ୟକ । ସେଥିପାଇଁ ୨ ମିଟର ଲମ୍ବ ଓ ୨ ମିଟର ଚଉଡା ଓ ୨୦ ସେଣ୍ଟିମିଟର ଗଭୀର ଏକ ଖାତ କରିବାକୁ ପଡିଥାଏ । ଏହା ସିମେଣ୍ଟ ଓ ମାଟିରେ କଲେ ଭଲ । ଏହି ଖାତରେ ପ୍ଲାଷ୍ଟିକ ଅଖାକୁ ବିଛାଇ ଏକ ମୋଟା ଆସ୍ତରଣ କରିବା ପରେ ଦୋରସା ମାଟିକୁ କାଦୁଅ କରି ଏଥିରେ ଲେପ ଦେବାକୁ ହୁଏ । ଏହା ପରେ ଏଥିରେ ୨ କିଲୋଗ୍ରାମ ଶଢା ଗୋବର ଖତ ୩୦ ଗ୍ରାମ ସିଙ୍ଗଲ ସୁପର ଫସଫେଟ କୁ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରିବାକୁ ପଡେ । ଏହାକୁ ନେଇ ଏକ କୋଣରୁ ଧୀରେ ଧୀରେ ଢାଳି ୧୦ ସେଣ୍ଟିମିଟର ଯାଏ ଉଚ୍ଚ କରିବାକୁ ହୁଏ, ଏହାପରେ ତଟକା ଆଜୋଲା ବିହନ ୧/୨ କିଲୋଗ୍ରାମ ରୁ ୧ କିଲୋଗ୍ରାମ ପକାଇବାକୁ ହୁଏ । ୮-୧୦ ଦିନ ପରେ ଏହି ଖାତଟି ପୂର୍ଣ୍ଣ ହୋଇଯାଏ ଓ ପ୍ରତିଦିନ ୫୦୦ ଗ୍ରାମ ରୁ ୧ କିଲୋଗ୍ରାମ ଆଜୋଲା ଅମଳ କରାଯାଇପାରିବ ।
| Comment | Author | Date |
|---|---|---|
| Be the first to post a comment... | ||
Copyright © 2026 Reliance Foundation. All Rights Reserved. Terms & Conditions. Privacy Policy.