ମାଣ୍ଡିଆର ଅନ୍ତର୍ନିହିତ ଗୁଣ ଓ ମହତ୍ଵ ଯୋଗୁଁ ବହୁ ପୁରାତନ ଦିନରୁ ମାଣ୍ଡିଆ ଚାଷ କରାଯାଇ ଆସୁଅଛି । କାରଣ ମାଣ୍ଡିଆରେ ଫାଇବର ତତ୍ତ୍ଵ ବହୁତ ଅଧିକ । ପାଖାପାଖି ୧୦୦ ଗ୍ରାମ ମାଣ୍ଡିଆରେ ୩୫୦ ମିଲିଗ୍ରାମ କ୍ୟାଲସିୟମ ରହିଥାଏ ଯାହା ହାଡକୁ ଶକ୍ତ କରିଥାଏ । ମାଣ୍ଡିଆର ଅନ୍ତର୍ନିହିତ ଗୁଣ ପାଇଁ ସେଥିରୁ ବିଭିନ୍ନ ପ୍ରକାରର ବିସ୍କୁଟ / ବେବି ଫୁଡସ ଖାଦ୍ୟ ପ୍ରସ୍ତୁତ ହେଉଅଛି । ଧାନ ଫସଲର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁତ ଯତ୍ନ କରିବାକୁ ପଡିଥାଏ । ଧାନ ତୁଳନାରେ ମଣ୍ଡିଆକୁ ଯେପରି ଭାବରେ ଯେଉଁ ଭୂମିରେ ଉଚ୍ଚାଭୂମି, ସମତଳ ଭୂମି, କମ ବର୍ଷା ହେଉଥିବା ଭୂମିରେ ଚାଷ କରାଯାଇ ପାରିବ ଏବଂ ଭଲ ଅମଳ ହୋଇପାରିବ । ବିନା ଖର୍ଚ୍ଚରେ କୌଣସି ରାସାୟନିକ ସାର ଏବଂ ଘାସମରା କିମ୍ବା ଔଷଧ ବିନା ମାଣ୍ଡିଆରୁ ଭଲ ଅମଳ କରାଯାଇପାରିବ । ଜଳବାୟୁ ଯେପରି ଭାବରେ ପରିବର୍ତ୍ତନ ହେଉଛି ତାହା ସହିତ ଖାପ ଖୁଆଇ ଚାଲିପାରୁଥିବା ଫସଲଟି ହେଉଛି ମାଣ୍ଡିଆ ଫସଲ ।
| Comment | Author | Date |
|---|---|---|
| Be the first to post a comment... | ||
Copyright © 2026 Reliance Foundation. All Rights Reserved. Terms & Conditions. Privacy Policy.