ଧାନ ଚାଷ ପାଇଁ ଜମି ପ୍ରସ୍ତୁତି ଓ ସାର ପ୍ରୟୋଗ 

ଧାନ ରୋଇବା ପାଇଁ ମୁଖ୍ୟ ଜମିକୁ ୭- ୧୦ ଦିନ ବ୍ୟବଧାନରେ ୨ ଥର କାଦୁଅ କରି ଭଲ ଭାବରେ ସମତୁଲ କରି ଦିଅନ୍ତୁ । ପ୍ରଥମ କାଦୁଅ ପୂର୍ବରୁ ଏକର ପ୍ରତି ୮ କୁଇଣ୍ଟାଲ ସଢା ଗୋବର ଖତ ପ୍ରୟୋଗ କରନ୍ତୁ । ମୃତ୍ତିକା ପରୀକ୍ଷା କରି ନ ଥିଲେ, ଅଧିକ ଅମଳକ୍ଷମ ଧାନ କିସମ ପାଇଁ ୪ କିଲୋଗ୍ରାମ ୟୁରିଆ, ୩୫ କିଲୋ ଡ଼ିଏପି ଏବଂ ୨୭ କିଲୋଗ୍ରାମ ଏମଓପି ସାରକୁ କାଦୁଅ କରିବା ସମୟରେ ମୂଳ ସାର ଭାବରେ ପ୍ରୟୋଗ କରନ୍ତୁ । ଜିଙ୍କ ଓ ବୋରନ ଅଭାବ ଥିବା ଜମିରେ ଏକର ପ୍ରତି ୧୦ କିଲୋଗ୍ରାମ ଜିଙ୍କ ସଲଫେଟ ଓ ୨ କିଲୋଗ୍ରାମ ବୋରାକ୍ସ କୁ ଶେଷ ଜମି ପ୍ରସ୍ତୁତି ସମୟରେ ପ୍ରୟୋଗ କରନ୍ତୁ । 

Content Files
Content Comments
Likes Dislikes
Comment Author Date
Be the first to post a comment...
Content Tags