ଧାନରେ ମାଟିଆ ଗୁଣ୍ଡି ପୋକ ଧାନ ଗଛ ପିଲ ଦେବା ଅବସ୍ଥାରୁ ଫୁଲ ଉଡେଇବା ପର୍ଯ୍ୟନ୍ତ ବିଶେଷ ଭାବରେ ଦେଖାଯାଏ । ମେଘାଛନ୍ନ ଅବସ୍ଥା ସହିତ ଦିନରେ ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା ଏହି କୀଟର ଶୀଘ୍ର ବୃଦ୍ଧିକରଣ ପାଇଁ ଅନୁକୂଳ ଅଟେ । ଏଗୁଡିକ ଦେଖିବାକୁ ଆମ୍ବ ଡାହାଣୀ ପୋକ ପରି । ଉଭୟ ଶିଶୁ ଓ ବୟସ୍କ କୀଟ ଦେଖିବାକୁ ଧୂସର ରଙ୍ଗର ଓ ଗଛର ମୂଳରେ ରହି କାଣ୍ଡରୁ ରସ ଶୋଷିଥାନ୍ତି ।
ଏହାର ନିୟନ୍ତ୍ରଣ ପାଇଁ: ଆକ୍ରାନ୍ତ ବିଲରୁ ପ୍ରଥମେ ଠିଆପାଣି କାଟି ଦିଅନ୍ତୁ । ଦରକାର ହେଲେ ୩-୪ ଦିନ ପରେ ପୁଣି ପାଣି ମଡାନ୍ତୁ । ଅତ୍ୟଧିକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ନାହିଁ । ଏକର ପିଛା ୮୦ ଗ୍ରାମ୍ ଡାଇନୋଟେଫୁରାନ୍ 20 SG* କିମ୍ବା ୪୦ ଗ୍ରାମ ଥାଇମେଥୋଜାମ୍ 25 WG କିମ୍ବା, ପାଇମେଟ୍ରୋଜିନ ୫୦ WG ଏକର ପ୍ରତି 120 ଗ୍ରାମ ବା* ଫ୍ଲୋନିକାମାଇଡ ୫୦ WG ଏକର ପ୍ରତି 60 ଗ୍ରାମ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ । ମାଟିଆ ଗୁଣ୍ଡି ପୋକ ଗଛ ମୂଳରେ ରହୁଥିବା ଯୋଗୁଁ ଔଷଧ ସିଞ୍ଚନ ସମୟରେ ସ୍ପ୍ରେୟର୍ ନଜଲ ଗଛ ମୂଳ ଆଡକୁ ଦେଖାଇବା ଆବଶ୍ୟକ ।
| Comment | Author | Date |
|---|---|---|
| Be the first to post a comment... | ||