ଜୈବିକ ଖତ ବ୍ରମାସ୍ତ୍ର ପ୍ରସ୍ତୁତି ପଦ୍ଧତି

ଜୈବିକ ଖତ ବ୍ରମାସ୍ତ୍ର ପ୍ରସ୍ତୁତି ପାଇଁ ୫ କିଲୋଗ୍ରାମ ନିମ୍ବ ପତ୍ରକୁ ଭଲ ଭାବରେ ଛେଚି ଏକ ମାଠିଆରେ ପକାନ୍ତୁ । ସେଥିରେ  ୧୦ ଲିଟର ଗୋ-ମୁତ୍ର ଏବଂ ଆତ ପତ୍ର, ଅମୃତଭଣ୍ଡା ପତ୍ର, ଡାଳିମ୍ବ ପତ୍ର ଓ ପିଜୁଳି ପତ୍ରକୁ ଛେଚି ତାର ରସକୁ ସେଥିରେ ମିଶାନ୍ତୁ । ଏହି ମିଶ୍ରଣ କୁ ୫ ଥର କିଛି କିଛି ସମୟ ଅନ୍ତରାଳରେ ଫୁଟାନ୍ତୁ । ଏହା ଥଣ୍ଡା ହେବା ପରେ ମାଠିଆର ମୁହଁକୁ ଭଲ ଭାବରେ ବାନ୍ଧି ଛାଇ ସ୍ଥାନରେ ରଖନ୍ତୁ । ୨ ଦିନ ପରେ ଏହାକୁ ଛାଣି ସେଥିରୁ ୨ ଲିଟର ନେଇ  ୧୦୦ ଲିଟର ପାଣିରେ ମିଶାନ୍ତୁ । ଏହି ୧୦୦ ଲିଟର ପାଣି ଏକ ଏକର ଜମି ଫସଲରେ ପତ୍ର ସିଞ୍ଚନ କରନ୍ତୁ  । ଏହା ବିଭିନ୍ନ ପ୍ରକାରର ଶୋଷକ ପୋକ, ବିନ୍ଧା ପୋକ କୁ ଦମନ କରିଥାଏ । 

Content Files
Content Comments
Likes Dislikes
Comment Author Date
Be the first to post a comment...
Content Tags